ନୂଆଦିଲ୍ଲୀ : ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷାକୁ ଅନ୍ୟାଦେଶ ଯାଏ ୟୁନିୟନ ପ୍ଲବିକ୍ ସର୍ଭିସ୍ କମିସନ (ୟୁପିଏସ୍ସି) ସ୍ଥଗିତ ରଖିଛନ୍ତି । ଏହି ପରୀକ୍ଷା ମଇ ୩୧ ତାରିଖରେ ହେବାକୁ ସ୍ଥିର କରାଯାଇଥିଲା । ତେବେ ଲକ୍ଡାଉନ୍ କାରଣରୁ ୟୁପିଏସ୍ସି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ।
ପରୀକ୍ଷାର ନୂଆ ତାରିଖ ମଇ ୨୦ ତାରିଖ ଭିତରେ ପ୍ରକାଶ କରାଯିବ ବୋଲି ୟୁପିଏସ୍ସି ପ୍ରକାଶ କରିଛି । କରୋନା ଲକ୍ଡାଉନ୍ କାରଣରୁ ମଇ ୪ ତାରିଖରେ ୟୁପିଏସ୍ସି ଏକ ସ୍ୱତନ୍ତ୍ର ବୈଠକ ଡକାଇ ଥିଲା । କରୋନା କାରଣରୁ ପରୀକ୍ଷା ପରିଚାଳନା କରିବା ସମ୍ଭବ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।