Odia News Portal

ରାତି ୭ଟା ପରେ କେହି ଘରୁ ପଦାକୁ ବାହାରି ପାରିବେ ନାହିଁ

ଭୁବନେଶ୍ୱର : କେନ୍ଦ୍ର ସରକାର ଜାରି କରିଛନ୍ତି କଡ଼ା ନିୟମ । ଯାହା ସବୁ ଜୋନ୍‌ ପାଇଁ ଲାଗୁ ହେବ । ରେଡ୍‌ ହେଉ କି ଗ୍ରୀନ୍‌ କିମ୍ବା ଅରେଞ୍ଜ ସବୁ ଜୋନ୍‌ରେ ଯାହା କିଛି ଖୋଲା ରହିବ କେବଳ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜନଜୀବନ ଠପ୍‌ ହୋଇ ରହିବ । ଏ ସମ୍ପର୍କରେ ଆଜି ଭୁବନେଶ୍ୱର ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ଆଜି ଠାରୁ ଲକ୍‌ଡାଉନ୍‌ ୩.୦ ଆରମ୍ଭ ହୋଇଛି । ତେଣୁ ଏହି ନିୟମ ଅନୁସାରେ ରାତି ୭ଟା ପରେ କେହି ଘରୁ ପଦାକୁ ବାହାରି ପାରିବେ ନାହିଁ । ପୂର୍ବ ଭଳି ସ୍ୱାସ୍ଥ୍ୟ ସେବା ପରି କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ବାହାରି ହେବ ।