କଟକ : କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେବାପାଇଁ ବାହାରିଲେ ପରିବାର। ଏମିତି କିଛି ନିଆରା ଘଟଣା ଦେଖିବାକୁ ମିଳିଛି କଟକ ସହରର ବାଦାମ ବାଡ଼ି ଥାନା ରେ। ଆଜି ଆରତୀ ବେହେରା ନାମକ ଜଣେ ବୃଦ୍ଧ ମହିଳା ନିଜର ବୋହୁ ଓ ନାତୁଣୀ ଙ୍କୁ ଧରି ଆସି ପହଞ୍ଚିଥିଲେ କଟକ ବାଦାମବାଡ଼ି ଥାନାରେ।
ବର୍ତ୍ତମାନ କରୋନା ପାଇଁ ସମଗ୍ର ବିଶ୍ୱ ଆତଙ୍କିତ,ଜାହାପାଇଁ ବିଶ୍ୱ ଲକଡାଉନ। ସେହିଭଳି ଭାରତ ତଥା ଓଡିଶାରେ ମଧ୍ୟ ଲକଡାଉନ କରାଯାଇ କରୋନା ସହ ଲଢେ଼ଇ ଜାରି ରଖିଛନ୍ତି ସରକାର। ଏହା ଏହା ମଧ୍ୟରେ କରୋନା ଯୋଦ୍ଧା ଭାବରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ମେଡିକାଲ କର୍ମଚାରୀ, ପୋଲିସ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନେ। ନିଜର ପରିବାର ଠାରୁ ଦୂରରେ ରହି ଲୋକମାନଙ୍କର ସେବା କରିବା ସହ ସୁରକ୍ଷିତ ରଖିବା ପାଇଁ ସଦା ସର୍ବଦା ଚେଷ୍ଟିତ ଅଛନ୍ତି। ସେହିଭଳି କର୍ତବ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଆରତୀ ବେହେରା ତାଙ୍କର ବୋହୁ ଓ ତୃତୀୟ ଶ୍ରେଣୀ ରେ ପଢ଼ୁଥିବା ନାତୁଣୀ ଙ୍କର ସହ ବାଦାମବାଡ଼ି ଥାନା ରେ ଆସି ପହଞ୍ଚିଥିଲେ। ସେମାନେ କାର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମାନଙ୍କ ମୁହଁ ପୋଛିଥିଲେ ପରେ ଆଳତି କରିଥିଲେ, ଚନ୍ଦନ ମାରିଥିଲେ ଏବଂ ପୁଷ୍ପ ବର୍ଷା କରିଥିଲେ ।
ଆରତୀଙ୍କର କହିବା ଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବରେ ଦେଶ ବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଘରେ ରହିବାକୁ ନିବେଦନ କରିଥିଲେ । ଏହା ପରେ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମାନେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ତେଣୁ ପ୍ରଧାନମନ୍ତ୍ରୀ ଙ୍କର ଆହ୍ୱାନ କ୍ରମେ ଏହି କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଗେଇ ଆସିଥିଲେ ବେହେରା ପରିବାର।