ଖୋର୍ଦ୍ଧା : ଲକ୍ଡାଉନ୍ରେ ଦିନକୁ ଦିନ ନିଶାଢ଼ି ମାନଙ୍କ ବଢ଼ିଚାଲିଛି ବେଆଇନ୍ ନିଶା କାରବାର। ଏଥିରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଥିବା ବେଳେ ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଚଢାଉ କରିଥିଲା । ଆଜି ଏକା କାର ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବିକ, ଆଜି ଖୋର୍ଦ୍ଧା ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗାଁ ନିକଟରେ ଏକ କାର ଉପରେ ଚଢାଉ କରି ୭୫ କେଜି ଗଞ୍ଜେଇ ନଗଦ ୨ ଲକ୍ଷ ୬ ହଜାର ଟଙ୍କା ଓ ଏକ କାର୍ ଜବତ କରିଛି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍।