Odia News Portal

ଦେହ ସାରା ଟାଟୁ : ଏହି ଟାଟୁରେ ଲୁଚି ରହିଛି ଅନେକ କାହାଣୀ

ନୂଆଦିଲ୍ଳୀ : ଲକ୍‌ଡାଉନ୍‌ ସମୟରେ ଲଣ୍ଡନର ଟାଟୁ କଳାକାର କ୍ରିସ୍‌ ବୁଡ୍‌ହେଡ୍‌ ଗତ ୪୦ ଦିନରୁ ନିଜ ଶରୀରରେ ସବୁ ଦିନ ଗୋଟିଏ ନୂଆ ଟାଟୁ ଆଙ୍କୁଛନ୍ତି । କେବଳ ମୁହଁକୁ ବାଦ୍‌ଦେଲେ ତାଙ୍କ ଶରୀରର କୌଣସି ଅଙ୍ଗରେ ଟାଟୁ କରିବା ପାଇଁ ଆଉ ସ୍ଥାନ ନାହିଁ । ତାଙ୍କ ଟାଟୁରେ ଅନେକ କାହାଣୀ ଲୁଚି ରହିଛି । କେଉଁ ଟାଟୁରେ ମେଡିକାଲ କର୍ମଚାରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଆଉ କେଉଁ ଟାଟୁରେ ଲକ୍‌ଡାଉନ୍‌ ଶେଷ ହେବା ନେଇ ପ୍ରଶ୍ନ ପଚାରିଛନ୍ତି ।

କେଉଁଠି ଓମ୍‌ ଆଙ୍କଛିନ୍ତି ତ ଆଉ କେଉଁ କାହାଣୀରେ ଜଣେ ଦେବଦୂତ ହସୁଥିବା ନଜର ଆସିଛନ୍ତି । କାନରେ ତାଙ୍କର ବୁଢିଆଣୀ ଜାଲ ଚିତ୍ର ହୋଇଥିବା ବେଳେ ତଳିପାଦରେ ମଧ୍ୟ ଟାଟୁ ମାଧ୍ୟମରେ ସେ ବାର୍ତ୍ତା ଲେଖଛିନ୍ତି। କିସ୍ ପ୍ରତିଦିନ ୨ରୁ ୪ଟା ପର୍ଯ୍ୟନ୍ତ ସୋଫାରେ ବସି ଶରୀରରେ ଏକ ନୂଆ ସ୍ଥାନ ଖୋଜୁଛନ୍ତି, ଯେଉଁଠି ଟାଟୁ କରିପାରିବେ ଏବଂ ଏହା ମାଧ୍ୟମରେ ନୂଆ କାହାଣୀ କହିପାରିବେ । ଲକ୍‌ଡାଉନ୍‌ରେ ନିତିଦିନ କୌଣସି ନା କୌଣସି ସ୍ଥିତିରେ କ୍ରିସ୍‌ ପ୍ରେରିତ ହୁଅନ୍ତି ଏବଂ ତା’ରି ଉପରେ ଟାଟୁ ଆଙ୍କନ୍ତି ।

ସେ କହନ୍ତି, ଏହାକୁ ମୁଁ ଏକ ଥେରାପି ଭଳି ମନେକରୁଛି । ଯାହା ମନକୁ ଆସୁଛି, କରିଦେଉଛି । କରୋନା ମହାମାରୀ ସମୟରେ ଟାଇମ୍‌ପାସ୍‌ କରିବା ଏବଂ ଅବସାଦମୁକ୍ତ ରହିବା ପାଇଁ କ୍ରିସ୍‌ ସବୁଦିନ ଗୋଟିଏ ଟାଟୁ କରିବା ଆରମ୍ଭ କଲେ । ୧୮ ବର୍ଷ ବୟସରେ ତାଙ୍କ ଶରୀରରେ ଟାଟୁ ସଉକ ଜନ୍ମ ନେଇଥିଲା । ବ୍ରିଟେନ୍‌ର ଜଣାଶୁଣା ଟାଟୁ କଳାକାର ଡଂକନ ଏକ୍ସଙ୍କଠାରୁ ଏଥିପାଇଁ ସେ ପ୍ରେରଣା ପାଇଥିଲେ ।