ପୁରୀ : ପୁରୀ ଜିଲ୍ଲାକୁ ଫେରୁଥିବା ରାଜ୍ୟ ବାହାରୁ ପ୍ରବାସୀ ଓଡିଆଙ୍କ ପାଇଁ କୃପାଜଳ ଇଂଜିନିୟରିଂ କଲେଜର ଏମଟେକ୍ ବିଲ୍ଡିଂରେ ପ୍ରଶାସନ ପକ୍ଷରୁ କରାଯଇଛି । ଜିଲାର ଅଭ୍ୟର୍ଥନା କେନ୍ଦ୍ରକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ସେଠାରେ ଉପସ୍ଥିତ ଉପଜିଲାପାଳ ଭବତାରଣ ସାହୁଙ୍କ ସହ ସେ ଉକ୍ତ କେନ୍ଦ୍ର ବାବଦରେ ପଚାରି ବୁଝିଥିଲେ ।ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ସେଠାରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପୁଡିଆ ଓ ପାନୀୟ ଜଳ ସହ ପରିମଳ ବ୍ୟବସ୍ଥା କରାଯାଇଛି । ଏଥି ସହିତ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସହାୟତାରେ ଓଡିଶା ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ନିଜ ନିଜ ବ୍ଲକ ଓ ପୌରାଞ୍ଚଳକୁ ପଠାଯାଇଛି। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲ୍ଦାର ନୀଳକଣ୍ଠ ବେହେରା, ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।