Odia News Portal

ଲକଡାଉନରେ ଚିଲିକାରେ ଦୁଇ ପକ୍ଷୀ ଶୀକାରୀ ଗିରଫ

ଟାଙ୍ଗୀ : ଲକଡାଉନ ବେଳେ ମାତିଲେ ପକ୍ଷୀ ଶୀକାରୀ । ଚିଲିକାରେ ପକ୍ଷୀ ଶୀକାର କରିବା ଅଭିଯୋଗରେ ସୋରଣ ପେଣ୍ଠ ନିକଟରେ ବନ୍ୟ ପ୍ରାଣୀ ବିଭାଗର ଚଢାଉ । ୨ ଶୀକାରୀ ଗିରଫ ଶୀକାରୀ ଦ୍ୱୟ ହେଲେ ସୋରଣ ଗ୍ରାମର ମୋହିସିନି ଖାଁ ଓ ସୋବିବ୍ ଖାଁ । ସେମାନଙ୍କ ନିକଟରୁ ପରପଲ ମୋରେନ ପନ୍ଦର ଟି ଓ ଲାର୍ଜ ଉତ୍ସଲିଂ ଟେଲ ପାଞ୍ଚଟି ଜବତ କରାଯଇଛି।

ମୋଟ ୧୯ଟି ମୃତ ବିଦେଶୀ ପକ୍ଷୀ ସହ ଗୋଟିଏ ଦେଶୀ ବନ୍ଧୁକ , ଗୋଟିଏ ବାଇକ ଓ ଗୁଳି ଗନ୍ ପାଉଡର ଜବତ । ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଫରେଷ୍ଟର ତ୍ରିନାଥ ବାରିକ, ଫରେଷ୍ଟ ଗାର୍ଡ ଲିପିକା ପାଇକରାୟ, ଛବିରାଣୀ ବେହେରା ସହ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ।