Odia News Portal

ସାରାରାତି ଆମ୍ବୁଲାନ୍ସ ଭିତରେ ବନ୍ଦୀ ହୋଇରହିଲେ ରୋଗୀ

ନୂଆପଡ଼ା: ଆମ୍ବୁଲାନ୍‌ସରେ ରୋଗୀ ନିର୍ଯାତନାର ଶିକାର। ସାରାରାତି ଆମ୍ବୁଲାନ୍‌ସରେ ବନ୍ଦୀ ରହିଲେ ରୋଗୀ। ଭଡ଼ା ପାଇଁ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ନିର୍ଯାତନା ଟପିଲା ସବୁ ସୀମା। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଇନ୍ଦ୍ରନଗରରେ। ଡଗରେଶ୍ୱର ମାଝୀ ମେରୁଦଣ୍ଡ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଏପ୍ରିଲ ୧୫ ତାରିଖରେ ବୁର୍ଲା ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ।

ମେ ୩ତାରିଖରେ ସେ ଚିକିତ୍ସିତ ହୋଇ ସ୍ତ୍ରୀ ଓ ପୁଅ ସହ ଖଡ଼ିଆଳ ଫେରିଥିଲେ। ଏଥିପାଇଁ ସେ ବୁର୍ଲା ମେଡିକାଲ ପାଖରୁ ୫ହଜାର ଟଙ୍କାରେ ଏକ ଆମ୍ବୁଲାନ୍‌ସ ଭଡ଼ା କରି ବାହାରିଥିଲେ। ସେମାନେ ଖଡ଼ିଆଳରେ ପହଞ୍ଚିବା ପରେ ଖଗେଶ୍ୱର ନିଜ ପାଖରେ ଥିବା ୧୬ଶହ ଟଙ୍କା ଦେବା ସହ ବାକି ଟଙ୍କା ପାଇଁ ସଂପର୍କୀୟଙ୍କୁ ଫୋନ କରିଥିବା ଆମ୍ବୁଲାନ୍‌ସ ଡ୍ରାଇଭରଙ୍କୁ କହିଥିଲେ।