Odia News Portal

ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଫନି ପ୍ରଭାବରେ ଘର ସଂପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରୁ ସପ୍ତାହେ ବ୍ୟାପୀ କ୍ଷୟକ୍ଷତି ଆକଳନ କରାଯିବ। ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକରେ ବରିଷ୍ଠ ଅଧିକାରୀମାନେ ଏହି ଆକଳନ ପ୍ରକ୍ରିୟାକୁ ନିରୀକ୍ଷଣ କରିବେ। ଜୁନ ୧ତାରିଖରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ପ୍ରଭାବିତ କୌଣସି ବ୍ୟକ୍ତି ଏଥିରୁ ବାଦ ପଡ଼ିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ୧୬ଶହ କୋଟି ଟଙ୍କାର ଫନି ପ୍ୟାକେଜ ଘୋଷଣା କରିଥିଲେ।