Odia News Portal

ବିଧାୟକଙ୍କ ତତ୍ୱାବଧାନ ଧଉଳିରେ ରକ୍ତଦାନ ଶିବିର

ଭୁବନେଶ୍ବର : କରୋନା ସମୟରେ କେହି ରକ୍ତ ଅଭାବରୁ ମୃତ୍ୟୁ ବରଣ ନକରୁ ଏଥିପାଇଁ  ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାକୁ ପାଳନକରି ଧଉଳି ଗ୍ରାମପଞ୍ଚାୟତରେ ସମିତିସଭ୍ଯ ତଥା ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଭଗବାନ ସାହୁ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ।

ଏହି ରକ୍ତଦାନ କାର୍ଯ୍ୟକ୍ରମରୁ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଯୋଗ ଦେଇ ଏଭଳି କାର୍ଯ୍ୟ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।