ଭଦ୍ରକ : ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଛି । ୧୨ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୨୦ଟି କଣ୍ଟେନମେଣ୍ଟ ଜୋନ ରହିଥିବା ବେଳେ ୩୨ ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭିଲେନ୍ସ ଜୋନ ଘୋଷଣା ହୋଇଛି । ଏଭଳି ପରିସ୍ଥିତିରେ କଣ୍ଟେନମେଣ୍ଟ ଜୋନ ଉପରେ ଡ୍ରୋନ୍ କ୍ୟାମେରାରେ ନଜର ରଖାଯାଉଛି । ତେବେ ଆଜି କଣ୍ଟେନମେଣ୍ଟ ଜୋନ ବୁଲି ଦେଖିଛନ୍ତି ଭଦ୍ରକ ଏସପି ରାଜେଶ ପଣ୍ଡିତ ।
କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା ସ୍ଥିତି ପରଖିଛନ୍ତି । ପ୍ରଥମେ ଧାମନଗର ବ୍ଲକର ସାହାସପୁର କଣ୍ଟେନମେଣ୍ଟ ଜୋନକୁ ଯାଇ ବୁଲିଦେଖିଛନ୍ତି ଏସପି ରାଜେଶ ପଣ୍ଡିତ । ଏହି ଅବସରରେ ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ ଓ ଧୂସୁରି ଥାନାଧିକାରୀ ପ୍ରଫୁଲ ସିଂ ମଧ୍ୟ ଉପସ୍ଥିତ ଥିଲେ । ପରେ ଏସପି ରାଜେଶ ପଣ୍ଡିତ କଲ୍ୟାଣି କଣ୍ଟେନମେଣ୍ଟ ଜୋନ ବୁଲି ସ୍ଥିତି ପରଖିଥିଲେ । ଧାମନଗର ଥାନାଧିକାରୀ ରତିକାନ୍ତ ଗିରି ମଧ୍ୟ ଉପସ୍ଥିତ ରହିଥିଲେ ।