Odia News Portal

ଖବରକାଗଜ ବିତରକଙ୍କୁ ବୀମାଭୁକ୍ତ କରାଯାଉ

ପୁରୀ : ଲକ୍ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥୁବା ଖବରକାଗଜ ବିତରକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି । ଉଠାଦୋକାନୀ, ନିର୍ମାଣ ଶ୍ରମିକ ଏବଂ ରେସନକାର୍ଡଧାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥିଲେ ମଧ୍ୟ ଖବରକାଗଜ ବିତରକଙ୍କୁ ଏପର୍ଯ୍ୟନ୍ତ କୌଣସି ସହାୟତା ଦିଆଯାଇ ନାହିଁ । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କରି ପୁରୀ ସହରର ଖବରକାଗଜ ବିତରକମାନେ ଏପ୍ରିଲ ମାସରେ କାଗଜ ବିକ୍ରି ବନ୍ଦ କରିଥିଲେ।
ଏଥିଯୋଗୁଁ ସେମାନଙ୍କ ପରିବାର ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଖରା, ବର୍ଷା ଏବଂ ଶୀତ କାକରରେ କାର୍ଯ୍ୟ କରୁଥିବା ଖବରକାଗଜ ବିତରକଙ୍କୁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଶାନ୍ତନୁ କୁମାର ସାହୁ, ଦିଲିପ କୁମାର ମହାନ୍ତି, ବେଣୁଧର ସାହୁ, ବିଜୟ କୁମାର ସାହୁ, ବସନ୍ତ ପ୍ରଧାନ, ଚିତ୍ତରଞ୍ଜନ ସାହୁ ଏବଂ ଚନ୍ଦନ ମହାନ୍ତି ଦାବି କରିଛନ୍ତି ।