ଭୁବନେଶ୍ୱର : ଓଡ଼ିଆ ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ପୁଣିଥରେ ଅନ୍ତର୍ଜାତୀୟ ଇଭେଣ୍ଟରେ ଚମକିଛନ୍ତି। କ୍ୟାନାଡାର ଓଟାୱା ସହରର ମମ୍ପେଟିଟ୍ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ୟାନାଡା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ପଦକ ହାସଲ କରିଛନ୍ତି।
ପ୍ରମୋଦ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ ଏବଂ ଡବଲ୍ସ ଫାଇନାଲରେ ହାରି ଯଥାକ୍ରମେ ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଛନ୍ତି। ସିଙ୍ଗଲ୍ସ ସେମିରେ ପ୍ରମୋଦ ୨୧-୧୯, ୧୪-୨୧, ୨୦-୨୨ ଗେମରେ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କଠାରୁ ହାରିଯାଇଥିଲେ। ପ୍ରଥମ ଦୁଇଟି ଗେମ୍ ବରାବର ରହିବା ପରେ ନିର୍ଣ୍ଣାୟକ ତଥା ତୃତୀୟ ଗେମରେ ପ୍ରମୋଦ ୨୦-୧୬ରେ ଆଗୁଆ ଥିଲେ। କିନ୍ତୁ ଏହା ପରେ ବେଥେଲେ ଲଗାତାର ୬ ପଏଣ୍ଟ ହାସଲ କରି ଗେମ ସହ ମ୍ୟାଚକୁ ଜିତି ନେଇଥିଲେ।