Odia News Portal

ରାଜ୍ୟରେ ଆଉ ୨୬ କରୋନା ପଜିଟିଭ, ସଂଖ୍ୟା ୨୪୫କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରୁ ୨୪୫କୁ ବୃଦ୍ଧି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି।

ଗତକାଲି ରାଜ୍ୟରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୪ଜଣ, ମୟୂରଭଞ୍ଜରୁ ୪ଜଣ, ଭୁବନେଶ୍ୱରରୁ ୩ ଜଣ, ବାଲେଶ୍ୱରରୁ ୨ ଜଣ, ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।