Odia News Portal

ବନ୍ଦେ ଭାରତ ମିଶନରେ ଘର ବାହୁଡା ହେଲେ ୧୮୧ ଯାତ୍ରୀ

ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟରେ ଫେରିଲେ ଭାରତୀୟ। ପ୍ରଥମ ବିମାନ କେରଳର କାଲିକଟରେ ଅବତରଣ କରିଛି। ଦୁବାଇରୁ ଭାରତୀୟଙ୍କୁ ଆଣି କାଲିକଟରେ ପହଞ୍ଚିଛି ପ୍ରଥମ ବିମାନ। ଗତକାଲି ବିଳମ୍ବିତ ରାତିରେ ଦୁବାଇରୁ ୧୮୧ ଜଣ ଭାରତୀୟ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ନବଜାତ ରହିଛନ୍ତି। ବନ୍ଦେ ଭାରତ ମିଶନରେ ପର୍ଯ୍ୟାୟ କ୍ରମେ ୧୨ଟି ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ।

ସୂଚନା ମୁତାବକ ଏହି ଅଭିଯାନ ୭ ଦିନ ଧରି ଚାଲିବ। ପ୍ରଥମେ ଉପସାଗରୀୟ ଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ। ଅନ୍ୟପଟେ ନୌସେନାର ଯୁଦ୍ଧ ଜାହାଜ ମଧ୍ୟ ମିଶନରେ ସାମିଲ ହୋଇଛି। ୧ ହଜାର ଭାରତୀୟଙ୍କୁ ଧରି ଏହି ଜାହାଜ ଭାରତ ଅଭିମୁଖେ ଯାତ୍ରା କରୁଛି ।