Odia News Portal

ଝିଅର ନାମ ‘କରୋନା’ ଦେଲେ ଏହି ସାଂସଦ

କାଲକାତା : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ପରିସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ‘କରୋନା’ ଶବ୍ଦ ଶୁଣିବା ମାତ୍ରେ ଭୟଭୀତ ହୋଇଯାଉଛନ୍ତି । କିନ୍ତୁ ପଶ୍ଚିମବଙ୍ଗର ଆରାମବାଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଅପରୂପା ପୋଦ୍ଦାର ନିଜର ନବଜାତ କନ୍ୟାର ନାମ ‘କରୋନା’ ରଖିଛନ୍ତି ।

ସୂଚନା ମୁତାବିକ, ଗୁରୁବାର ସକାଳ ୯ଟା ୨୭ରେ ସେ ହୁଗଳି ଜିଲ୍ଲାର ଶ୍ରୀରାମପୁର ସ୍ଥିତ ଏକ ନର୍ସିଂହୋମ୍‌ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେ ଓ ତାଙ୍କର ସ୍ୱାମୀ ନବଜାତ କନ୍ୟାର ଡାକନାମ ‘କରୋନା’ ରଖିଛନ୍ତି । ଅପରୂପାଙ୍କ ଅନୁସାରେ ଆଜି ପୂରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଛି । ଏପରିସ୍ଥଳେ ଲୋକମାନେ ‘କରୋନା’କୁ ଡରିବା ନୁହେଁ, ତା’ ସହ ଲଢ଼ିବା କଥା । ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଝିଅର ନାମ ‘କରୋନା’ ରଖିଥିବା କହିଛନ୍ତି ।