ଟାଙ୍ଗୀ : କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳୀ ଚୋରା ମଦ ବ୍ୟମସାୟୀଙ୍କୁ ସୁହାଇଛି ଲକକ୍ଡାଉନ୍ । ବଢି ଚାଲିଛି ଚୋରା ମଦ ବ୍ୟବସାୟୀଙ୍କ ପ୍ରାଦ୍ଭାବ । ଗତ କାଲି ରାତିରେ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଅଞ୍ଚଳରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଇନ୍ସପେକ୍ଟର ନୀନା ବେଉରାଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ତାଙ୍କ ଟିମ ଚଢାଉ କରିବା ସହିତ ଏହି ସଫଳତା ହାସଲ କରିଛନ୍ତି।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ, ନବ ଜେନା, ସୁନୀଲ ସ୍ବାଇଁ, ଅଭିମନ୍ୟୁ ପ୍ରଧାନ, ସନ୍ତୋଷ ଚୌଧୁରୀ, ସନ୍ତୋଷ ରାଉତ, ପଞ୍ଚୁ ପଲାଇ ଏବଂ କୃଷ୍ଣ ବାରିକ। ଅବକାରୀ ବିଭାଗ ପକ୍ଷରୁ ଆସାମୀ ମାନଙ୍କ ନାମରେ କେସ୍ ନମ୍ବର ୭, ୮, ୯, ୧୦, ୧୧, ୧୨, ୧୩ ଏବଂ ୧୪ ଅନୁଯାୟୀ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।