Odia News Portal

ଅତିରିକ୍ତ ନିର୍ଦ୍ଦେଶକ ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ

ପୁରୀ : ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସ୍ୱାସ୍ଥ୍ୟଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଲିଆଜନିଂ ଅଫିସର୍‌ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

ତାଙ୍କୁ ସହଯୋଗ କରିବେ ପୁରୀ ସହରାଞ୍ଚଳ ସ୍ୱାସ୍ଥ୍ୟ ୟୁନିଟ୍‌ର ୩ ଜଣ ଅଧିକାରୀ। ରଥନିର୍ମାଣରେ ନିୟୋଜିତ ମହାରଣା,ଭୋଇ, ରୂପକାର ଓ କମାର ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।