Odia News Portal

ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ, ୩ଗୁରୁତର

ଭଦ୍ରକ : ଚାଉଳ ଧରି ଘରକୁ ଫେରିବା ବେଳେ ଓଲଟିଲା ଡାଲା ଅଟୋ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଆଣିବା ପାଇଁ ଯାଇଥିଲେ । କିନ୍ତୁ ଚାଉଳ ଆଣି ଫେରୁଥିବା ବେଳେ ଡାଲା ଅଟୋଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଥିଲା । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା ।

ସୂଚନା ମୁତାବିକ, ଆଜି ଧାମନଗର ଥାନା ଅନ୍ତର୍ଗତ ସଇଲୋ ଗାଁର କେତେକ ଲୋକ ପଧାନୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ଚାଉଳ ଆଣିବା ପାଇଁ ଯାଇଥିଲେ । ସେଠାରୁ ଚାଉଳ ଆଣିବା ପରେ ଏକ ଡାଲା ଅଟୋରେ ଘରକୁ ଫେରୁଥିଲେ । କିନ୍ତୁ ଅର୍ଜୁନପୁର ପୋଲ ନିକଟରେ ଡାଲା ଅଟୋଟି ଚଢୁଥିବା ବେଳେ ପୋଲର ଆପ୍ରଚ ରୋଡ଼ରେ ଭାରସାମ୍ୟ ହରାଇ ହଠାତ ତଳକୁ ଖସିପଡିଥିଲା । ତେବେ ଅଟୋଟି ତଳକୁ ପଡିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚାଲିଆସିଥିଲେ । ସ୍ଥାନୀୟଲୋକଙ୍କ ସହଯୋଗରେ  ସେମାନଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ହାଡ଼ିଆଣୀ ବେୱାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।