ପୁରୀ : ଜୁନ୍ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ପ୍ରଶାସନିକ ଶୁଙ୍ଖଳା ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତ ସେବାୟତ ରବିବାର ଦିନଠୁ ସଙ୍ଗରୋଧରେ ରହିବେ। ୩ଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧରେ ରହିବା ସମୟରେ ସେବାୟତଙ୍କୁ ଖାଇବାକୁ ଦିଆଯିବ। ସବୁଦିନ ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ଏହି ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ-୧୯ ପରୀକ୍ଷା ନୁହେଁ, ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସ୍ପଷ୍ଟ ସୂଚନା ଦେଇଛନ୍ତି।
ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ଏହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସବୁଜ ସଂକେତ ପରେ ସମସ୍ତ ସେବାୟତ ମାନେ ଜୋରଦାର ରଥ ନିର୍ମାଣ କାମ ଜାରି ରଖିଛନ୍ତି । କରି ରଥକାମ ସୁରୁଖୁରୁରେ ଆଗେଇ ଚାଲିବ ରଥଖଳା ଚାରିପଟ ଧଳା କପଡାରେ ଅବୋଧ କରାଯିବା ସହ ବ୍ୟାରିକେଡ୍ କରାଯଇଛି। ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ ରଥ ନିର୍ମାଣ କାର୍ଯ୍ୟକୁ ଯେମିତି ଜାରି ରଖିବା କଥା ସେମିତି ଜାରି ରଖିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଖଳା ଠାରୁ ୨ଶହ ମିିଟର ଯାଏଁ ନିଷେଧାଞ୍ଚଳ ଘୋଷଣା କରାଯାଇଛି।