ଭୁବନେଶ୍ୱର : ପ୍ରବାସୀଙ୍କ ଘର ବାହୁଡା ଏବେ ସରକାରଙ୍କ ପ୍ରଥମ କାର୍ଯ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ନାଗରିକଙ୍କୁ ବିପନ୍ନ ଭାବେ ଛାଡିଦେଇ ପାରିବେ ନାହିଁ । କାରଣ
କରୋନା ମହାମାରୀ ଯୋଗୁଁ ଭାରତ ସମେତ ସମଗ୍ର ବିଶ୍ୱରେ କଳ କାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଦପ୍ତରରେ ତାଲା ଝୁଲୁଛି । ତେଣୁ ଯେଉଁମାନେ କାମଧନ୍ଦା ହରାଇଛନ୍ତି ସେମାନଙ୍କ ନିକଟରେ ଫେରିବା ଛଡା ଅନ୍ୟ ପନ୍ଥା ନାହିଁ । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ଯୋଜନା ହେଉ କିମ୍ବା ଶ୍ରମିକ ସ୍ପେଶାଲ ଟ୍ରେନ ହେଉ ସବୁଥିରେ ରହିଛି ନିଜ ନିଜ ନାଗରିକଙ୍କ ସୁରକ୍ଷା । ଓଡିଶା
ସରକାର ଯେଭଳି ଦେଶର ପ୍ରଥମ ରାଜ୍ୟ ଭାବେ ନିଜ ନିଜ ନାଗରିକଙ୍କୁ ଫେରାଇ ଆଣିବାପାଇଁ ପଞ୍ଜିକରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି ତାହା ଇତିହାସ ସୃଷ୍ଟି କରିଛନ୍ତି । ସେହିଭଳି କେନ୍ଦ୍ର ସରକାର ବନ୍ଦେ ଭାରତ ଯୋଜନାରେ ଉଭୟ ଆକାଶ ଓ ଜଳ ପଥରେ ଯେଭଳି ଭାବେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣୁଛନ୍ତି ତାହା ମଧ୍ୟ
ଇତିହାସ ହୋଇଛି ।
କରୋନା ପ୍ରକୋପ ଚାଲିଗଲା ପରେ ନିଜ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ନିକଟରେ ଚିର ସ୍ମରଣୀୟ ହୋଇ
ରହିବେ । କାରଣ ପ୍ରବାସରେ ଥିବା ନାଗରିକମାନେ ଯେ କିଭଳି ସମସ୍ୟାରେ ରହୁଛନ୍ତି ତାହା ଜଣେ ଶାସକ ହିଁ ଜାଣେ । କରୋନା ପ୍ରଭାବିତ ରାଜ୍ୟଭାବେ ଓଡିଶା ଦେଶରେ ୧୭ତମ ସ୍ଥାନରେ
ରହିଛି । ଅତ୍ୟନ୍ତ ଭଲ ସ୍ଥିତିରେ ଥିବାରୁ ପ୍ରବାସୀ ଫେରନ୍ତାମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ଠାରୁ ଆରମ୍ଭକରି ମାଗଣା ଖାଦ୍ୟ ପେୟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପ୍ରୋତ୍ସାହନ ରାଶିର
ବ୍ୟବସ୍ଥା ହୋଇଛି । ଯାହାକି ଓଡିଶା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବା ସହିତ ଲୋକେ ସ୍ୱତଃସ୍ପୁର୍ତ୍ତ ଭାବେ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଆସୁଛନ୍ତି । ଏହାର ଫଳ ଏଇଆ ହୋଇଛି ଯେ ବର୍ତ୍ତମାନ ରାଜ୍ୟରେ ଯେତେ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଛନ୍ତି ସେଥିରୁ ଜଣେ ଦୁଇଜଣଙ୍କୁ ବାଦ୍ ଦେଲେ
ସ୍ମରଣୀୟ ରହିବେ ମୋଦି ଓ ନବୀନ ।
ଅନ୍ୟମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ଲୋକ । ଏହାଦ୍ୱାରା ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଗୋଷ୍ଠି ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଛନ୍ତି । ଭାରତ ସରକାର ମଧ ଅନୁରୂପ ପଦକ୍ଷେପମାନ ନେଉଛନ୍ତି । ଉଭୟ ସରକାରଙ୍କର
ଗୋଟିଏ ଲକ୍ଷ୍ୟ କରୋନା ମୁକାବିଲା ସହିତ ନିଜ ନିଜ ନାଗରିକଙ୍କ ସୁରକ୍ଷା । ଓଡିଶା ସରକାର କରୋନା ମୁକାବିଲାରେ ଯେଭଳି ସଫଳତା ହାସଲ କରି ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ଅନୁରୂପ ଭାବେ ନିଜ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ରାଜ୍ୟବାସୀ ବିଶେଷକରି ପ୍ରବାସୀମାନଙ୍କ କ୍ଷେତ୍ରରେ ମାନବିକତାର ପରିଚୟ ଦେଇଛନ୍ତି । ଶତ ସମାଲୋଚନାକୁ ଭ୍ରୁକ୍ଷେପ ନକରି ନାଗରିକଙ୍କ ସୁରକ୍ଷାକୁ ସରକାର ଯେଭଳି ପ୍ରାଥମିକତା ଦେଉଛନ୍ତି ତାହା ଆଗାମୀ ଦିନରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି ।