ଚିକିଟି : ଗଂଜାମ ଜିଲା ଚିକିଟି ବ୍ଲକ ରମ୍ପା ପଞ୍ଚାୟତର ରମ୍ପାଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା କରେଂଟାଇନ ସେଣ୍ଟରରେ ରେ ମାନସିକ ଭାରସାମ୍ୟ ହରାଇ ସାନିଟାଇଜର ପିଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳା ଜଣକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ କେ.ବାର୍ତ୍ତୃଲୁ ଙ୍କ ତିନି ବର୍ଷର ଝିଅକୁ ଗତ ୭ତାରିଖରେ ଏକ କଙ୍କଡ଼ାବିଛା କାମୁଡିବାରୁ ବିଶାଖାପାଟଣା ମେଡିକାଲରେ ମୃତ୍ୟୁ ବରଣ କରିଥିଲା । ତାଙ୍କୁ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଆଣି ସତ୍କାର କରିଥିଲେ । ବିଶାଖାପାଟଣା ରୁ ଆମ୍ବୁଲାନ୍ସରେ ଆସିଥିବାରୁ ଶାଶୁ,ଶଶୁର ଓ ବୋହୁଙ୍କୁ ରମ୍ପା କୋରେନଟାଇନ ସେଣ୍ଟରରେ ରଖାଯାଇଥିଲା । ସୂଚନାଯୋଗ୍ୟ ଯେ କରେନଟାଇନ ସେଣ୍ଟରଟି ଗ୍ରାମ ସ୍ମଶାନ ନିକଟରେ ଅଛି । ଦମୟନ୍ତି କୋରେନଟାଇନ କେନ୍ଦ୍ରରେ ରହି ନିଜ ଝିଅ ର ଚିତାଗ୍ନିକୁ ଦେଖୁଥାଏ ।
ଚିତାଗ୍ନିକୁ ଦେଖି ଦେଖି ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ସାନିଟାଇଜର କୁ ପିଇ ଦେଇଥିଲା । ଖବର ପାଇ ବିଡ଼ିଓ ତୁରନ୍ତ ପହଞ୍ଚି ଏକ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ । ଦମୟନ୍ତି ର ସ୍ୱାମୀ ବିଦେଶରେ ଲକଡାଉନରେ ଫସିଛନ୍ତି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି ।