ଭୁବନେଶ୍ୱର : ଓଡିଶାର ପ୍ରଥମ ବେସରକାରୀ ଡାକ୍ତରଖାନା ଭାବେ ସମ୍ ହସ୍ପିଟାଲ୍ରେ କୋଭିଡ୍-୧୯ର ପରୀକ୍ଷଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ କରାଯାଇଛି ।
ଏବେ ଭୁବନେଶ୍ୱରରେ ଆର୍ଏମ୍ଆର୍ସି, ଏମସ୍ ଏବଂ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସରେ କୋଭିଡ୍-୧୯ ପରୀକ୍ଷଣ କରାଯାଉଛି । ରାଜ୍ୟରେ ଏସ୍ସିବି ମେଡିକାଲ୍ କଜେଲ୍, ଏମ୍କେସିଜି ମେଡିକାଲ୍ କଲେଜ୍, ଭିମସାର୍ ଓ ଇସ୍ପାଟ୍ ଜେନେରାଲ୍ ହସ୍ପିଟାଲ୍ରେ କୋଭିଡ୍-୧୯ ପରୀକ୍ଷଣ କରାଯାଉଛି ।