ପୁରୀ : ପୁରୀ ଜିଲ୍ଲାରୁ ଚି଼ହ୍ନଟ ହେଲା ଆଉ ଗୋଟେ କରୋନା ପଯେଟିଭ ନିକଟରେ ଗୋଟେ ଦିନ ତଳେ ପୁରୀ ସହର ମଧ୍ୟରୁ ୨ ଟି ପଜେଟିଭି କେଶ ଚି଼ହ୍ନଟ ହୋଇଥିଲା । ତେବେ ମଙ୍ଗଳବାର ପୁରୀ ସଦର ଗୋପ ଅଞ୍ଚଳ ରୁ ଗୋଟିଏ ପଜେଟିଭ ଚିନ୍ହଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଗୋପରେ ପଜେଟିଭ ହୋଇ ଥିବା ଏହି ବ୍ୟକ୍ତି ଜଣଙ୍କର ବୟସ ୩୫ ବର୍ଷ। ସେ ସୁରଟରୁ ଫେରିଥିଲେ। ତେବେ ତାଙ୍କର ଚିକିତ୍ସା ଚାଲିଛି। ପୁରୀ ଜିଲା ପ୍ରଶାସନ କୋଭିଡ ୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି।
ତେବେ ରାଜ୍ୟ ବାହାରୁ ଆସୁଥିବା ପୁରୀ ଜିଲାର ବାସିନ୍ଦା କ୍ଵରେନ ଟାଇନ ସେଣ୍ଟରରେ ରହିବା ବେଳେ କୋଭିଡ ୧୯ର ଗାଇଡ଼ ଲାଇନ ପାଳନ କରିବକୁ ଜିଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି। ଯାହା କ୍ଵରେନ ଟାଇନର ଗାଇଡ଼ ଲାଇନ ଅଛ ସେହି ଅନୁଯାୟୀ ଜିଲା ପ୍ରଶାସନ ଖାଦ୍ୟ ଠାରୁ ଆରମ୍ଭ କରି ସ୍ୱାସ୍ତ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଇଛି। ତେବେ ନୂଆ ନିଷ୍ପତ୍ତି ଅନୁଯାୟୀ କ୍ଵରେନ ଟେଇନରେ ଏ ଏଣିକି ୨୧ ଦିନ ରହିବାକୁ ପଡିବ। ପୁରୀ ଜିଲାପାଳ ବଲବନ୍ତ ସିଂ ଙ୍କ ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ପୁରୀ ଜିଲା କୁ ବାହାରେ ରହୁଥିବା ୨୨୨୦ ଜଣ ପ୍ରବାସୀ ଆସିଛନ୍ତି। ସେଥି ମଧ୍ୟରୁ ୩୫ ଜଣ ପେଡ କ୍ଵରେନ ଟେଇନ ରେ ଥିବା ବେଳେ ଅନ୍ୟମାନେ ସରକରି କ୍ଵରେନ ଟାଇନରେ ଅଛନ୍ତି। ସେହିପରିମଙ୍ଗଳବାର ପର୍ଯ୍ୟନ୍ତ ପୁରୀ ଜିଲା ରୁ ୫୮୦ଟି କୋଭିଡ ଟେଷ୍ଟ ହୋଇ ଥିବା ବେଳେ ୨୬୨ଟି ନେଗେଟିଭ ଆସିଛି।