Odia News Portal

ୱାର୍ଡ଼ ନଂ – ୨୫ରେ ଜନସାଧାରଣ ମାନଙ୍କୁ ଏକ ମାସର ରାସନ୍ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର : ଆଜି ନୁଆପଲ୍ଲି କମ୍ମୁନିଟି କେୟାର ଆସୋସିଏସନ୍ ଦ୍ଵାରା ନୂଆପଲ୍ଲି ଡିଭିଜନର ସମସ୍ତ ସେବା ବିଭାଗ, ଯଥା ଅଙ୍ଗନୱାଡ଼ି, ଆଶା, ମହାନଗର ନିଗମର ସଫେଇ କର୍ମଚାରୀ, ଜନ ସ୍ଵାସ୍ଥ୍ୟ , ରାସ୍ତା ଓ ଗୃହ ନିର୍ମାଣ, ସେଶୁ ବିଭାଗର ସମସ୍ତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଏବଂ ଅଞ୍ଚଳର କିଛି ଅତ୍ୟନ୍ତ ଗରିବ ଜନସାଧାରଣ ମାନଙ୍କୁ ଏକ ମାସର ରାସନ୍ ସାମଗ୍ରୀ ସହାୟତା ଦିଆଯାଇଛି।

ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଭଦ୍ର, ସମ୍ପାଦକ ସଂଜୀବ ପତି, ଉପ ସଭାପତି ଦେବାଶିଷ ମିଶ୍ର, ଅଶୋକ ମହାନ୍ତି, ଶରତ ପୂଜାରୀ ,ପୂର୍ବତନ କର୍ପୋରେଟର ମାନସୀ ରାଣୀ ସୁନ୍ଦରାୟ (ୱାର୍ଡ଼ ନଂ – ୨୫) ଆଦିଙ୍କ ଉପସ୍ଥିତି ରେ ରେଡ୍ ସ୍ଵସ୍ତିକ ସୋସାଇଟି ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଏହି ମହତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୪୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହୋଇଛନ୍ତି।

ବର୍ଷ ତମାମ ବିଭିନ୍ନ ସେବା କ୍ଷେତ୍ର ରେ ଅହରହ ଲାଗି ରହିଥିବା ସମସ୍ତ କର୍ମଚାରୀ ମାନଙ୍କୁ ଏହି ଅସମୟରେ ସହାୟତା କରିବା ସମାଜର କର୍ତ୍ତବ୍ୟ ଏବଂ ଏହି କାର୍ଯ୍ୟ ରେ ସମସ୍ତ ଜନସାଧାରଣ ନିଜକୁ ନିୟୋଜିତ କରିବା ପାଇଁ ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଭଦ୍ର ମତ ଦେଇଛନ୍ତି।