Odia News Portal

କୋରନା ଯୋଦ୍ଧାଙ୍କୁ ସଲାମ୍

ଢେଙ୍କାନାଳ : କୋରନା ଯୋଦ୍ଧା ସାଜିଛନ୍ତି ଭୁବନ ଥାନା ଅଧିକାରୀଣି ନିର୍ମଳା ଗୋଚ୍ଛାୟତଙ୍କ ସହିତ ସମସ୍ତ ପୁଲିସ କର୍ମଚାରୀ ନିଜର ପରିବାରକୁ ଛାଡ଼ି ରହ ରହ ଲୋକ ମାନଙ୍କୁ ସଚେତନ କରାଇବା ସହିତ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କ ସୁରକ୍ଷା ପାଇଁ ଲାଗିଛନ୍ତି ।

ବିଶ୍ଵ ବିଜୟୀ ଯୁବ ପରିଷଦ ସମ୍ପାଦକ ଅର୍ଜୁନ ମହାନ୍ତିଙ୍କ ନେତୃତ୍ୱରେ ଦେବାଶିଷ ବେହେରା, ଅବିନାଶ ମହାନ୍ତି,ମନୋଜ କୁମାର ସାହୁ, ଦୀପକ କୁମାର ସ୍ବାଇଁ, ସିପୁ ସାମଲ, ରାମ ଚନ୍ଦ୍ର ରାଉତ,ମାନସ ସାହୁ,ବିଦୁତ୍ ପ୍ରଭା ସେଠୀ,ପୁଷ୍ପାଞ୍ଜଳି ବାରିକ୍,
ସତ୍ୟଭାମା ବାରିକ ଙ୍କ ମିଳିତ ଆନୁକୁଲ୍ୟରେ ମହୁଲପାଳ ଗ୍ରାମ ରେ କୋରନା ଯୋଦ୍ଧା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ଭୋଧନ କରିବା ସହ ଦୀପ, ଚନ୍ଦନ, ଦେଇ ବନ୍ଦାପନା କରାଯାଇଛି। ମାସ୍କ ବାଣ୍ଟିବା ସହିତ ଲକ୍ ଡାଉନ୍ ସମୟରେ ପୁଲିସର ଭୂମିକା କୁ ଉଚ୍ଚ ପ୍ରଶଂସନୀୟ ବୋଲି କୁହାଯାଇଛି ।