Odia News Portal

କର୍ମଚାରୀଙ୍କ ଉଦ୍ଧତ ଆଚରଣ ନେଇ ସଂଘ ନେତା ନୀରବ

ଭୁବନେଶ୍ୱର : କିଛି ଉଦ୍ଧତ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟ ପ୍ରଶାସନ ଏବେ ନିନ୍ଦିତ ହେଉଛନ୍ତି । କିଏ ପ୍ରବାସୀଙ୍କ ଫେରନ୍ତାଙ୍କ ଚଉଦ ପୁରୁଷ ନେଇ ଶୋଧୁଛି ତ ଆଉ କିଏ ବନ୍ଧୁକ
ମୂନରେ ପେମିକାର ଗର୍ଭପାତ କରାଇ ଫେରାର ହେଉଛିା ତେବେ ଏଭଳି କ୍ଷେତ୍ରରେ କର୍ମଚାରୀ ସଂଘର ନେତାଙ୍କ ନିରବତା ଏବେ ଆଲୋଚନାର ବିଷୟ ହୋଇଛି । ବାଲିଆପାଳ ବିଡିଓ ପ୍ରବାସୀଙ୍କୁ ଗାଳିଦେବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ । ନିଜକୁ ଓଏଏସ୍‍ ଅଫିସର ବୋଲି ବୀର ଦର୍ପରେ କହିବା ସହିତ ପାଣି ମାଗୁଥିବା ପ୍ରବାସୀ ଫେରନ୍ତାଙ୍କୁ ଅତି କଟୁ ଭାଷାରେ ଗାଳି ଦେଉଛନ୍ତି
ା ଛୋଟ ଲୋକ, ଦାଦନ ଠାରୁ ଆରମ୍ଭକରି ବୋପା ଅଜା
ଚଉଦ ପୁରୁଷ ଧରି ଗାଳି କରୁଛନ୍ତି । ଏପରିକି ମୁଁ ଦାଦନ ନୁହେଁ ଓଏଏସ୍‍ ଅଫିସର ବୋଲି ରଡି ଛାଡି କହୁଛନ୍ତି । ତେବେ ଏହି ଭିଡିଓଟି ଭାଇରାଲ ହେବାପରେ ସରକାରଙ୍କ କୋଭିଡ ନିୟନ୍ତ୍ରଣ ସଫଳତାରେ ଏକ ପ୍ରକାର କଳାଦାଗ ଲାଗି ଯାଇଛି ।

ମୁଖ୍ୟମନ୍ତ୍ରୀ ଯେଉଁ ମାନଙ୍କୁ ନିଜର ପିଲା ବୋଲି କହି ସମ୍ବୋଧନ କରୁଛନ୍ତି ସେମାନଙ୍କୁ ଜଣେ ମହିଳା ଅଫିସର ଅତି କଟୁଭାଷାରେ ଗାଳି ଦେବାକୁ ସାହସ କେଉଁଠି ପାଇଲେ ବୋଲି ପ୍ରଶ୍ନ ହେଉଛି । ସେହିଭଳି ଆଉ ଗୋଟିଏ ଘଟଣା ଖୋଦ ରାଜଧାନୀର । କ୍ୟାପିଟାଲ ଥାନାର ଜଣେ ଯୁବ ପୁଲିସ ଅଧିକାରୀ ନିଜ ପ୍ରେମିକାଙ୍କୁ ଗର୍ଭବତୀ କରିବାପରେ ବନ୍ଧୁକ ମୂନରେ ଗର୍ଭପାତ କରାଇବାର ଅଭିଯୋଗ ଆସିଥିଲା । ମହିଳା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ୍‍ ବାବୁ ରାଜଧାନୀରୁ ଚମ୍ପଟ ମାରିଥିଲେ । ଅବଶ୍ୟ ତାଙ୍କୁ ରାଉରକେଲାରେ ଧରାଯାଇଛି । ତେବେ ଜଣେ ପୁଲିସ୍‍ କର୍ମଚାରୀଙ୍କର ଏଭଳି ଲୁଚକାଳି ଖେଳ ସରକାରୀ ବ୍ୟବସ୍ଥା ଓ ପୁଲିସ୍‍ ବିଭାଗରେ କଳାଦାଗ ବୋଳି ଦେଇଛି । ତେବେ ଏହି ଦୁଇ ଘଟଣାରେ କିନ୍ତୁ ଓଏଏସ୍‍ ସଂଘ କିମ୍ବା ପୁଲିସ୍‍ ସଂଘ କେହି ମୁହଁ ଖୋଲୁ ନାହାନ୍ତି । ନିଜ ନିଜ କର୍ମଚାରୀଙ୍କ କାରନାମା ସେମାନଙ୍କୁ ଦିଶୁନାହିଁ ବୋଲି
ସାଧାରଣରେ ଆଲୋଚନା ହେଲାଣି । ସାଧାରଣ ଲୋକେ ଯଦି କେଉଁ ତହସିଲରେ ନିଜର କାମ ପାଇଁ ବାରମ୍ବାର ଦଉଡିବାପରେ ଅତିଷ୍ଠ ହୋଇ ବ୍ୟବହାର ଖରାପ କରୁଛନ୍ତି ତେବେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ କଲମ ଛାଡ କରୁଛନ୍ତି । ସେତେବେବେଳେ କର୍ମଚାରୀ ନେତାମାନେ ଗଣମାଧ୍ୟରେ ସେମାନଙ୍କୁ ସୁରକ୍ଷା ପାଇଁ
ଗଳା ଫଟାଇ ଚିତ୍କାର କରୁଛନ୍ତି ।

ନିଜ ଦାବି ହାସଲ ପାଇଁ ବି ସରକାରଙ୍କ ଉପରେ ଚାପ ପକାଇବାବେଳେ ଏମାନେ ଏକାଠି ହୋଇଯାଉଛନ୍ତି ।
ହେଲେ ଏବେ ନିଜ ସଂଘର କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଅଭୋଦ୍ରଚିତ ବ୍ୟବହାର ଦେଖାଉଥିବାବେଳେ ତାହାକୁ ନିନ୍ଦା କରିବାକୁ ବି ମୁହଁ ଖୋଲୁ ନାହାନ୍ତି । ତେଣୁ ଏହି ସଂଘ ନେତାମାନଙ୍କ କାର୍ଯ୍ୟକଳାପ ନେଇ ଏବେ ରାଜଧାନୀରୁ ଆରମ୍ଭକରି ବାଲିଆପାଳ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା । ସାମାଜିକ
ଗଣମାଧ୍ୟମରେ ଲୋକେ ଅତି କଟୁ ଭାଷାରେ ମନ୍ତବ୍ୟ ଦେଉଥିବାବେଳେ ସଂଘ ନେତାମାନେ କାହିଁକି ନିରବ ବୋଲି ଅନେକ ଏବେ ପ୍ରଶ୍ନ କରୁଛନ୍ତି ।