ଭୁବନେଶ୍ୱର : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ଭୈାମନଗର ହାଟ ମହାସଂଘର କର୍ମର୍କାମାନେ ମତବ୍ୟକ୍ତ କରିଛନ୍ତି । ଆଜି ୟୁନିଟ୍-୪, ମାର୍କେଟ ଭୈାମନଗର ହାଟ ମହାସଂଘ ତରଫରୁ ସଂଘ କାର୍ଯ୍ୟାଳୟ ଠାରେ କରୋନା ଯୋଦ୍ଧା ସମ୍ମାନ ଓ ମାସ୍କ ବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କରୋନା ମହାମାରୀ ସମୟରେ କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ଭାବେ ଠିଆ ହୋଇଥିବା ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ପାଖରେ ସଠିକ୍ ଖବର ପହାଇବା ସହିତ ସଚେତନତା ସୃଷ୍ଟି କରୁଥିବା ସାମ୍ବାଦିକ ବନ୍ଧୁମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏଥିରେ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସେହିପରି ମହାମାରୀ ସମୟରେ ବାହାରେ ସଫେଇ କାର୍ଯ୍ୟ କରୁଥିବା ୱାର୍ଡ଼ ନଂ -୩୬ର ବିଏମ୍ସି କର୍ମଚାରୀ ମାନଙ୍କୁ ମାସ୍କ ଓ ଖାଦ୍ୟପଦାର୍ଥ ବଣ୍ଟନ କରାଯାଇଥିଲା ।
ସଂଘର ସାଧାରଣ ସଂପାଦକ ଯଥା ଜଣାଶୁଣା ସମାଜସେବୀ ବଦ୍ରିନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ପଦ୍ମନାଭ ପ୍ରଧାନ, ଉପସଭାପତି ସରୋଜ କୁମାର ରାଉତ, ବରିଷ୍ଠ ବ୍ୟବସାୟୀ ବନମାଳୀ ସାହୁ, ପ୍ରବୀର କୁମାର ବାରିକ ଓ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ସମ୍ମାନୀତ କରିଥିଲେ । ସଂଘର ସଭ୍ୟମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।