Odia News Portal

ଝିଆରୀକୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ କକା ଗିରଫ

ଭୁବନେଶ୍ୱର : ଝିଆରୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ କକାଙ୍କୁ ଗିରଫ କରିଛି । ତାଙ୍କ ନାମ ମିଲନ କୁମାର ପଟ୍ଟନାୟକ (୪୨) । ଘର ବରମୁଣ୍ଡା ନୀଳକଣ୍ଠେଶ୍ୱର ମାର୍ଗ ।

ସୂଚନା ମୁତାବିକ, ମଙ୍ଗଳବାର ସନ୍ଧ୍ୟାରେ ମିଲନଙ୍କ ଝିଆରୀ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ମିଲନ୍‌ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଝିଅର ପାଟି ଶୁଣି ମା’ ଚାଲି ଆସିବାରୁ ମିଲନ୍‌ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ମିଲନଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଥିଲା । ଆଜି ତାଙ୍କୁ ପୋକ୍‌ସୋ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।