ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ଶଙ୍କରପୁର ସାହିକୁ କଣ୍ଟ୍ରୋଲ ଜୋନ୍ ଭାବେ ଘୋଷଣା କରାଯାଇଛି । କରୋନା ସଂକ୍ରମିତ ଅଞ୍ଚଳରୁ ଅଧିକ ଲୋକ ଏହି ଅଞ୍ଚଳକୁ ଆସିଥିବାରୁ କଣ୍ଟ୍ରୋଲ ଜୋନ୍ ଘୋଷଣା କରାଯାଇଥିବା ଜଣାପଡିଛି । କଣ୍ଟ୍ରୋଲ ଜୋନ୍ ଭାବେ ଘୋଷଣା କରାଯିବା ପରେ ସଂପୃକ୍ତ ଅଞ୍ଚଳକୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଏହାସହ ଏହି ଅଞ୍ଚଳରେ ଦୋକାନ ବଜାର ସବୁ ବନ୍ଦ କରିଦିଆଯାଇଛି ।
ଏଭଳି ସ୍ଥିତିରେ ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ମହାନଗର ନିଗମ ଯୋଗାଇବ ବୋଲି ଜଣାପଡିଛି । ତେବେ ପରବର୍ତ୍ତୀ ଆଦେଶ ଯାଏଁ କଣ୍ଟ୍ରୋଲ ଜୋନ୍ ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଜଣାପଡିଛି । ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି ।