ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଧୁମ୍ ଧାମରେ ପାଳିତହେବ । କେଦାରଗୌରୀ ମନ୍ଦିରରୁ ନବଦମ୍ପତିଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀରୋଡ୍, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ । ଏଥି ପାଇଁ ଭୁବନେଶ୍ୱର ଶିତଳଷ୍ଠେୀ କମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱର ଟାଉନ୍ କ୍ଲବ ପରସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କରାଯାଇଥିଲଶ । ଚଳିତ ବର୍ଷ ୭ଲକ୍ଷ ଖର୍ଚ ପାଇଁ ବଜଟେ୍ କରାଯାଇଥିବା ବେଳେ ଗତ ବର୍ଷ ପରି ବିଭିନ୍ନ ଘଂଟ ବାଦ୍ୟ, ସମ୍ବଲପୁରୀ, ଦୁଲଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢ଼ୋଲ ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଡେଇ ନାଚ, ନାଗା ନାଚ, ଘୋଢା ନାଚ, ମୟୁରଭଞ୍ଜ ଛଉ, ଢୋଲ ମାଦଳ, ମହିଳା କଳସୀ ନୃତ୍ୟ, ଦେବାଦେବୀ ବେଶ, ବନାଟି, ଶେଭାଯାତ୍ରା କରାଯିବ ବୋଲି ନିଷ୍ପତି ହୋଇଛି । ତେବେ ଚଳିତ ବର୍ଷ ଡିଜେ ବାଜା ବାଜିବ ନାହିଁ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥି ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କାର୍ଯ୍ୟକ୍ରମ ନୀର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, କମିଟି ଉପସଭାପତି ସନତ ମିଶ୍ର, ସମ୍ପାଦକ ପୃଥୀବକାନ୍ଥ ମହାପାତ୍ର ଓ ବହୁ ସଭ୍ୟ ଯୋଗ ଦେଇଥିଲେ । ଶେଷରେ ଶ୍ରୀବତ୍ସ ପତି ଧ୍ୟନ୍ୟବାଦ ପ୍ରଦାନ କରିଥିଲେ ।