Odia News Portal

ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ, ଜୁନ ୧୩ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ କଟକଣା

ଯାଜପୁର : ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଜିଲ୍ଲାରେ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ ସଂଖ୍ୟା ପହଞ୍ଚିଛି ୧୨୧ରେ। ଚିହ୍ନଟ ହୋଇଥିବା ୩୧ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସରକାରୀ ସଂଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି।

ତେବେ ଜିଲ୍ଲାର ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଘରୋଇ ସଂଗରୋଧରେ ରହିଥିବାରୁ ଆଜି ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତର ଓଡ଼ିଶୋ, ଅଣ୍ଡେଇଗୋଡ଼ା, ମଙ୍ଗରାଜପୁର, ବାହାବଳପୁର, କରଞ୍ଜିଆରୀ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଆଜି ଠାରୁ ଆସନ୍ତା ଜୁନ ମାସ ୧୩ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ଜାରି ରହିବ କଟକଣା। ଏନେଇ ବ୍ଲକର ୩ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।