Odia News Portal

ଲକ୍‍ ଡାଉନ୍‍ ବଢାଇଲା ପୁଲିସ୍‍ କର୍ମଚାରୀଙ୍କ ଦୁଃଖ

ଭୁବନେଶ୍ୱର: ଲକ୍‍ ଡାଉନ୍‍ ଅବଧି ମଇ ୩୧ ପର୍ଯ୍ୟନ୍ତ ବଢିବା ସହିତ ପୁଲିସ୍‍ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି । ଅସହ୍ୟ ଖରା ଓ ଗରମରେ ପାଖାପାଖି ଦୁଇମାସ କାଳ ରାସ୍ତାରେ ସିଝିବା ପରେ ଲକ୍‍ ଡାଉନ୍‍ ଶେଷ ନେଇ ସମସ୍ତେ ଆଶାବାଦୀ ଥିଲେ । ହେଲେ ତାହା ହୋଇପାରି ନାହିଁ । ମଇ ୩୧ ତାରିଖ ପର୍ଯ୍ୟନ୍ତ ପୁଣି ଗ୍ରୀଷ୍ମ ପ୍ରବାହ ସହିବାକୁ ପଡିବ । ତେବେ ସବୁଠାରୁ ବଡ କଥା ହେଉଛି କରୋନା ଜନିତ ଲକ୍‍ ଡାଉନ୍‍ ଆରମ୍ଭରୁ ଯେଉଁମାନେ ପୁଲିସ୍‍ ଭାଇଙ୍କୁ କରୋନା ଯୋଦ୍ଧା ବୋଲି କହି ସହାୟତାର ହାତ ବଢାଉଥିଲେ ସେମାନଙ୍କ ଆଉ ଦେଖା ଦର୍ଶନ ନାହିଁ । ପ୍ରଥମେ
ପ୍ରଥମେ କିଏ ମାସ୍କ ଦେଲା ତ ଆଉ କିଏ ସାନିଟାଇଜର । କେତେକ ସଂସ୍ଥା ଜଳଖିଆ, ମଧ୍ୟାହ୍ନଭୋଜନ ସହିତ ପାଣିବୋତଲ ଓ ମୃଦୁପାନୀୟ ବି ଯୋଗାଇଦେଲେ । ଆଉ କିଛି ସଂସ୍ଥା ପୁଲିସ୍‍ ଭାଇମାନଙ୍କୁ ଖରାରୁ ରକ୍ଷା କରିବାପାଇଁ ବିଭିନ୍ନ ସ୍ଥାନରେ ଟେଌକ୍ଷଗ୍ଧ; ଲଗାଇଲେ । ତେବେ ସବୁଠାରୁ ଅଧିକ ସହାୟକ ହୋଇଥିଲା ଖାଦ୍ୟ ଯୋଗାଣ ।
କାରଣ କରୋନା କଟକଣା ଯୋଗୁଁ ବାରମ୍ବାର ଘରକୁ ଯାଇ ଖାଇକି ଫେରିବା କର୍ତ୍ତବ୍ୟରତ ପୁଲିସ୍‍ ଅଧିକାରୀଙ୍କ ପାଇଁ ସହଜ ନୁହେଁ । ଘରକୁ ଗଲେ କରୋନା ସଂକ୍ରମଣର ଭୟ । ଡ୍ୟୁଟି ଛାଡି ଗଲେ ଅମାନିଆମାନେ ଏଣେ ତେଣେ ମାଡିଯିବା ସହିତ ଉପର ଅଫିସର କୋପର ବି ଭୟ ରହିଛି । ତେଣୁ ଯେଉଁ କେତେକ ଦାତବ୍ୟ ଅନୁଷ୍ଠାନ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଥିଲେ ପୁଲିସ୍‍ କର୍ମଚାରୀମାନଙ୍କୁ ତାହା ବହୁ ତ ସହାୟକ ହେଉଥିଲା ।
ହେଲେ ତୃତୀୟ ପର୍ଯ୍ୟାୟ ଲକ୍‍ ଡାଉନ୍‍ ଲାଗୁ ପରେ ଆଉ କାହାର ଦେଖା ଦର୍ଶନ ନାହିଁ । ଖାଦ୍ୟ ପୁଡିଆ ତ ଦୂରର କଥା ପାଣି ମୁନ୍ଦାଏ ଦେବାକୁ ବି ସ୍ୱେଚ୍ଛାସେବୀ ଦେଖା ନାହାନ୍ତି । ୪୦ ଡିଗ୍ରୀର ଧୂ ଧୂ ଖରାରେ ସିଝି ଭୋକ ଶୋଷରେ ପୁଲିସ୍‍ କର୍ମଚାରୀାମନେ କାର୍ଯ୍ୟ କରୁଛନ୍ତି । ବଡ ବାବୁମାନେ କୌଣସି ପ୍ରକାରେ ଗାଡି ନେଇ ଘରେ ଖାଇଦେଇ ଆସୁଥିବାବେଳେ
ତଳିଆ କର୍ମଚାରୀଙ୍କ ଦୁଃଖ ନଦେଖିଲେ ବିଶ୍ୱାଶ କରିହେବ ନାହଁ । କିଏ ଘରୁ ଆଣିଥିବା ପାଣି ବିସ୍କୁଟରେ କାମ ଚଳାଉଛି ତ ଆଉ କିଏ ଖାଡା ଉପାସ ।
ଏଭଳି ସ୍ଥିତିରେ ଦିନ ରାତି ଅମାନିଆଙ୍କୁ ଜଗିବା ଏବେ ଅସହ୍ୟ ହୋଇପଡିଲାଣି । ତେଣୁ ସମସ୍ତେ ଭାବିଥିଲେ ଲକ୍‍ ଡାଉନ୍‍ ମଇ ୧୭ରେ ସରିଲେ ସେମାନେ ଅନ୍ତତଃ ଟିକେ ଶାନ୍ତିରେ ନିଶ୍ୱାସ ନେବେ । ପରିବାର ସହିତ ସମୟ କାଟିବେ । ହେଲେ
ତାହା ହୋଇନାହିଁ । ପୂର୍ବର ସମସ୍ତ କଟକଣା ସହିତ ଲକ୍‍ ଡାଉନ୍‍ ମଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଛି । ତେଣୁ ଏଭଳି ସ୍ଥିତିରେ ଦାତବ୍ୟ ସଂସ୍ଥାଙ୍କ ହାତଟେକାକୁ ନଅନାଇ ପୁଲିସ୍‍ ଏବେ ନିଜ ୱେଲଫାର ପାଣ୍ଠି ଅର୍ଥରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ଯୋଗାଇବା ପାଇଁ ମତପ୍ରକାଶ ପାଉଛି । ଏହି ପାଣ୍ଠିରେ ଥିବା ଅର୍ଥରୁ ସାମାନ୍ୟ ଖର୍ଚ୍ଚ ହେଲେ ଖରା ତରାରେ ଖଟୁଥିବା ଅସଲ କରୋନା ଯୋଦ୍ଧା ପୁଲିସ୍‍ କର୍ମଚାରୀମାନେ ଟିକେ ଆଶ୍ୱସ୍ତି ପାଇବେ ବୋଲି କୁହାଯାଉଛି ।