Odia News Portal

ସବୁ ସୀମା ଟିପିଗଲା ପୋଲିସର ଔଧତ୍ୟତା

କେନ୍ଦୁଝର : କେନ୍ଦୁଝରରେ ସତେ ଯେପରି ଏସ.ପି ନାମକୁ ମାତ୍ର। ତାଙ୍କ ଅଧିନସ୍ତ କର୍ମଚାରୀ ମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ ବି ସୁଧୁରୁ ନାହାନ୍ତି ଏ ମାନେ । ସତେ ଯେପରି ଏମାନେ ଏସପିଙ୍କୁ ଚାଲେଞ୍ଜ କରୁଛନ୍ତି । ପ୍ରଥମେ ଟାଉନ ଥାନାରେ ଜଣେ ନ୍ୟୁଜ୍ କ୍ୟାମେରା ମ୍ୟାନ କୁ ଦୁଃ ବ୍ୟବହାର କରି ଜଣେ ଏସ ଆଇଙ୍କ ବଦଳି ହେବା , ତା ପରେ ରାମଚନ୍ଦ୍ରପୁର ଥାନାର ଏସଆଇ ଜଣେ ଲୋକଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବନ ହେବା ‘ ତାପରେ ଟାଉନ ଥାନାରେ ଜଣେ ରିପୋଟରଙ୍କୁ ମାଡ଼ ମାରି ଥିଲେ ସୁଧା ସେହି ଏସଆଇଙ୍କ ବିରୁଧ ରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏବେ ଏମାନଙ୍କ ଔଧତ୍ୟତା ବଢିଯାଇଛି ।

ଲକଡାଉନ ସମୟ ରେ ସାଧାରଣ ଲୋକଙ୍କୁ ଯାହା ପିଟିଲେ ପିଟିଲେ ‘ ଏବେ କିନ୍ତୁ ଅନ୍ୟ କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ଜଣେ ଯୁବକକୁ ବାଡ଼ି ପାହାର ସାଙ୍ଗକୁ ଗୋଇଠା ମାଡ଼ କରୁଛନ୍ତି । ଏତେ ରାଗ ଯେ ବାଡି ରେ ପିଟିପିଟି ସନ୍ତୁଷ୍ଟ ହେଲେ ନାହିଁ ଯେ ପୁଣି ଗୋଇଠା ମାରିବାକୁ ପଛାଇ ଲେ ନାହିଁ । ଏ ମହିଳା ଜଣଙ୍କ ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟା ରାଣୀ ଜେନା । କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଧିକାରୀ ପଦକ ପାଇଥିଲେ । ଏ ବିଷୟରେ ତାଙ୍କୁ ପଚାରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।