Odia News Portal

ନବୀନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା

ଭୁବନେଶ୍ବର : ୨୦୧୯ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ  ବିଜୟୀ ହୋଇଛନ୍ତି । ଏବେ ତାଙ୍କ ନିକଟକୁ ତାଙ୍କର ସମର୍ଥକ, ପ୍ରଶଂସକ ଏବଂ କାର୍ଯ୍ୟକର୍ତାଙ୍କ ତରଫରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ନବୀନଙ୍କ ଏହି ବିପୁଳ ବିଜୟ ପରେ ତାଙ୍କୁ ଏସଏଚଜି ମହିଳାମାନେ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନବୀନ ନିବାସ ଯାଇ ତାଙ୍କୁ ଶୁଭେଚ୍ଛା ଦେଇଥିଲେ । ପୁରୀ, ଖୋର୍ଦ୍ଧା, ନୟାଗଡ, ଓ କେନ୍ଦ୍ରାପଡାର ବହୁ ମହିଳା ଏହି ଅବସରରେ ସାମିଲ ହୋଇଥିଲେ । ଏହି ସମୟରେ ସେମାନେ ୨୯ ତାରିଖ ଦିନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ ପାଇଁ ଅନୁରୋଧ କରିଛନ୍ତି । ଏନେଇ ବିଜେଡି ସୁପ୍ରିମୋ ବିଚାର କରିବେ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।