Odia News Portal

ପ୍ରବାସୀ ଯାତ୍ରାବାହୀ ବସ୍ ଦୁର୍ଘଟଣାଗସ୍ତ

କଟକ : ପ୍ରବାସୀ ଯାତ୍ରାବାହୀ ବସ୍ ଦୁର୍ଘଟଣାଗସ୍ତ। କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ଟୋଲ ଗେଟ ନିକଟରେ ବସଟି ଛିଡା ହୋଇଥିବା ଏକ ଟ୍ରକ ପଛପଟକୁ ଧକ୍କା ଦେଇଛି। ଫଳରେ ୧୦ଜଣରୁ ଅଧିକ ପ୍ରବାସୀ ଓଡ଼ିଆ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସରେ ଗୁରୁତର ମାନଙ୍କୁ ଏସସିବି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବିକ, ସୋମବାର ବିଳମ୍ବିତ ରାତିରେ ତାମିଲନାଡୁରୁ ପ୍ରବାସୀ ଯାତ୍ରୀବାହୀ ବସ୍ ୫୦ ଉର୍ଦ୍ଧ୍ବ ପ୍ରବାସୀ ଓଡିଆଙ୍କୁ ଧରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଟୋଲ ଗେଟ୍ ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ବସଟି ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୦ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ସମସ୍ତ ଗୁରୁତର ଯାତ୍ରୀଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହିତ ଦୁର୍ଘଟଣା ତଦନ୍ତ ଆରମ୍ଭ ହୋଇଛି।