Odia News Portal

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଆସନ୍ତୁ ଜାଣିବା

ଭୁବନେଶ୍ୱର : ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ନବୀନଙ୍କ ପରାମର୍ଶ। ସରଳ ଜୀବନ ଯାପନ କର। ଲୋକମାନେ ତୁମର ନିକଟତର ହେବେ। ବିଜୁ ଜନତା ଦଳ ଲଗାତାର ଭାବେ କ୍ଷମତାକୁ କିପରି ଆସୁଛି ତାର ସିକ୍ରେଟ ସେ ଉପସ୍ଥାପନ କରିଥିଲେ। ପ୍ରଥମେ ଲୋକଙ୍କୁ ସବୁବେଳେ ଗୁରୁତ୍ୱ ଦିଅ ଦ୍ଵିତୀୟରେ ଲୋକଙ୍କ ପାଇଁ କାମ କର। ରାଜନୀତି ଜଟିଳ ନୁହେଁ ଯଦି ଜଣେ ଲୋକଙ୍କ ସହ ରହିଛି ଓ ତାଙ୍କର ବିକାଶ ପାଇଁ କାର୍ଯ୍ୟ କରିଛି। ସାଢ଼େ ଚାରି କୋଟି ଜନତା ଆମ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ। ଯେଉଁଭଳି ଭାବେ ଲୋକେ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି ତାହା ପ୍ରମାଣିତ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଶାକୁ ବିକଶିତ କରାଇବା ପାଇଁ ସମସ୍ତେ ମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।