Odia News Portal

ଆଜିଠୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀ ଅନଲାଇନରେ ବୁକିଂ କରିପାରିବେ ଟ୍ରେନ୍ ଟିକେଟ । ଏହି ପ୍ରକ୍ରିୟାର ଆରମ୍ଭ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଯିବ । ଏସି, ନନ୍‌-ଏସି ଓ ଜେନେରାଲ କ୍ଲାସ୍‌ ପାଇଁ ହେବ ରିଜର୍ଭେସନ୍‌ । ରିଜର୍ଭେସନ୍‌ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସୂଚନା ଥାଉକି, ଜୁନ ୧ ତାରିଖରୁ ଦେଶବ୍ୟାପୀ ଚଳାଚଳ କରିବ ପାଖାପାଖି ୨୦୦ ଯାତ୍ରୀବାହୀ ଟ୍ରେନ୍। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ୨୦୦ଟି ଟ୍ରେନର  ତାଲିକା ଜାରି କରାଯାଇଛି।

ଓଡ଼ିଶା ଦେଇ ଯିବାକୁ ଥିବା ୫ଟି ଟ୍ରେନର ତାଲିକା ମଧ୍ୟ ପ୍ରକାଶ ପାଇଛି । ଏହି ଟ୍ରେନ୍‌ଗୁଡ଼ିକରେ ଯାତ୍ରା କରିବା ପାଇଁ କେବଳ ଅନ୍‌ଲାଇନ୍‌ରେ ଟିକେଟ୍ ବୁକିଂ ହେବ। କୌଣସି ବି ଷ୍ଟେସନରେ ଟି‌କେଟ୍‌ ବିକ୍ରି କରାଯିବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍‌ କିଣିବା ପାଇଁ ଷ୍ଟେସନ ଯିବାର ଆବଶ୍ୟକତା ନାହିଁ। ସମସ୍ତ ଟିକେଟ ଅନଲାଇନରେ ବୁକିଂ କରିପାରିବେ ।