ଶ୍ରୀନଗର : ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ବିଏସ୍ଏଫ୍ ଯବାନଙ୍କ ରାଇଫଲ୍ ନେଇ ପଳାଇଛନ୍ତି । ମିଳିଥିବା ଖବର ମୁତାବକ ଶ୍ରୀନଗରର ଗାନ୍ଦରବଲ ଅନ୍ତର୍ଗତ ପନ୍ଦାଚ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।
ଏଥିରେ ଦୁଇଜଣ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା । ଘଟଣା ପରେ ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । କିଛି ଆତଙ୍କୀ ସେଠାରେ ଏବେ ବି ଲୁଚିଥିବା ଅନୁମାନ କରାଯାଉଛି । ବିଏସ୍ଏଫ୍ର ବରିଷ୍ଠ ଅଧିକାରୀଙ୍କ ମୁତାବକ ବିଏସ୍ଏଫ୍ ଯବାନମାନେ ସନ୍ଧ୍ୟାବେଳେ ପାଟ୍ରୋଲିଂରେ ଯାଇଥିବାବେଳେ ଆତଙ୍କବାଦୀମାନେ ବାଇକ୍ରେ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।