ଭୁବନେଶ୍ବର : ଆସନ୍ତା ମାସ ୬ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏଫଆଇଏଚ୍ ହକି ଟୁର୍ଣାମେଣ୍ଟ । ହକି ଇଣ୍ଡିଆ ପ୍ରାୟୋଜିତ ଏହି ପୁରୁଷ ହକି ଚୁର୍ଣ୍ଣାମେଣ୍ଚ ଶୃଙ୍ଖଳା ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଏଥିପାଇଁ ୪ଟି କାଉଣ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ ସିନିୟର ସିଟିଜନ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିଛି ଏଫଆଇଏଚ୍ ସିରିଜ୍ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ ଗେମ ପାଇଁ ହକି ପ୍ରତି ଋଚି ରଖୁଥିବା ଦେଶମାନଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିଛି ।
