ତେହେରାନ୍ : ଇରାନ୍ରେ ପ୍ରତିଦିନ ସୋଶାଲ ମିଡ଼ିଆ ଚକ୍କରରେ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ଜେଲ୍ ଯିବାକୁ ପଡ଼ୁଛି ତ ଆଉ କିଛିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ଯେଉଁଥିପାଇଁ ସେମାନଙ୍କୁ ଦେଶ ଛାଡ଼ିବାକୁ ମଧ୍ୟ ପଡୁଛି। ଏମିତି ଏକ ମାମଲା ପୁଣି ଇରାନ୍ରେ ସାମନାକୁ ଆସିଛି । ଯେଉଁଠି ଇରାନ୍ର ୨ ଜଣ ପାର୍କର ଆଥଲେଟ୍ସଙ୍କୁ ପରସ୍ପରକୁ ଚୁମ୍ୱନ ଦେଉଥିବାର ଫଟୋ ଭାଇରାଲ ହେବାପରେ ପୁଲିସ୍ ଗିରଫ କରିନେଇଛି। ଏହି ମାମଲା ସାମନାକୁ ଆସିବା ପରେ ଦୁଇ ଜଣଙ୍କର ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ବାସ୍ତବରେ ଇରାନ୍ର ଏକ ଦମ୍ପତି ଆଥଲେଟ୍ ଅଲିରେଜ୍ ଜାପାଳାଗୀ ନିଜର ଆଥଲେଟ୍ ପାର୍ଟନରଙ୍କ ସହ ଛାତ ଉପରେ ବସି କିସ୍ କରୁଥିଲେ । ବହୁତ ଗୁଡ଼ିଏ ପୋଜ୍ରେ ଏହି ଫଟୋ ସବୁ ଥିଲା । ଏହା ଯେବେ ସୋଶାଲ ମିଡ଼ିଆରେ ପୋଷ୍ଟ କରାଯାଇଥିଲା ତ ଇରାନ୍ରେ କମ୍ପନ ସୃଷ୍ଟି ହୋଇଥିଲା । ଏହି ଖବର ସାମନାକୁ ଆସିବା ତୁରନ୍ତ ପୁଲିସ୍ ଏହି ଆଥ୍ଲେଟ୍ ଦମ୍ପତିଙ୍କୁ ଗିରଫ କରିନେଇଛି ।
ତେହେରାନ୍ ପୁଲିସ୍ର କହିବା ହେଲା -ଫଟୋରେ ଆପତ୍ତିଜନକ ଦୃଶ୍ୟ ରହିଛି । ଯାହା ଦେଶର ଆଇନ୍ ବିରୁଦ୍ଧ । ଏହି କାରଣରୁ ଏମାନଙ୍କୁ ଗିରଫ କରାଯାଇଛି । ତେହେରାନ୍ର ଜଣେ ପୁଲିସ୍ ଅଧିକାରୀ କହିଛନ୍ତି , ସେମାନଙ୍କୁ ତେହେରାନ୍ର ସାଇବର ପୁଲିସ୍ ଗିରଫ କରିଛି । ନିୟମକୁ ଭାଙ୍ଗିବା ଓ ଅଶ୍ଳିଳ ବ୍ୟବହାର କାରଣରୁ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି ।
ଏହି ଖବର ସାମନାକୁ ଆସିବା ପରେ ଅଲିରେଜାଙ୍କ ସମର୍ଥକମାନେ ତାଙ୍କୁ ମୁକ୍ତ କରିବା ପାଇଁ ଦାବି କରିବା ସହ ସୋଶାଲ ମିଡ଼ିଆରେ ମଧ୍ୟ ଲୋକେ ଅନେକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି ।
ଉଲ୍ଲେଖନୀୟ ଯେ , ଏହା ପୂର୍ବରୁ ମଧ୍ୟ ଜଣେ ପୂର୍ବତନ କିକ୍ ବକ୍ସର ଓ ତାଙ୍କ ପତ୍ନୀଙ୍କ ଉପରେ ମଧ୍ୟ ସରୀଆ ଆଇନ୍ ଉଲ୍ଲଙ୍ଘନର ଆରୋପ ଲଗାଯାଇଥିଲା । ଯାହା ଦ୍ୱାରା ଏହି ଦମ୍ପତି ଏବେ ଇରାନ୍ ଛାଡ଼ି ଦେଶ ବାହାରକୁ ଚାଲିଯାଇଛନ୍ତି । କିନ୍ତୁ ତାଙ୍କ ଉପରେ ଏବେ ସୁଦ୍ଧା ବି କେସ୍ ଚାଲୁରହିଛି ।