Odia News Portal

ମାତ୍ର ୭ ସେବାୟତରେ ସମ୍ପନ୍ନ ହେବ ନୀତିକାନ୍ତି

ଭୁବନେଶ୍ୱର : ମାତ୍ର ୭ ଜଣ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ଶୀତଳଷଷ୍ଠୀରେ ସାଜସଜ୍ଜା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ବିନା ଜାକଜମକରେ ଦେବ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ । ମାତ୍ର ୭ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପନ୍ନ ହେବ । ସେବାୟତଙ୍କ ସ୍କ୍ରିନିଂ ମଧ୍ୟ ହେବ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ଏନେଇ ସୂଚନା ମିଳିଛି ।

ଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ନୀତି ସମ୍ପନ୍ନ କରିବାକୁ ଅନୁମତି ମିଳିଛି । ବ୍ରାହ୍ମଣ ନିଯୋଗକୁ ଅନୁମତି ଦେଇଛି ବିଏମସି । ତେବେ ଏଥିରେ କେବଳ ନୀତି ଦାୟିତ୍ୱରେ ଥିବା ସେବାୟତମାନେ ସାମିଲ ହେବେ । ମାତ୍ର ୭ ଜଣ ସେବାୟତଙ୍କୁ ନେଇ ନୀତିକାନ୍ତି ହେବ ବୋଲି ସୂଚନା ମିଳିଛି । ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡ଼ାଯିବ । କଟକଣା ଭିତରେ ସମ୍ପନ୍ନ ହେବ ଏହି ନୀତି । ଶୀତଳଷଷ୍ଠୀରେ ସାଜସଜ୍ଜା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ବିନା ଜାକଜମକରେ ଦେବ ଦମ୍ପତ୍ତିଙ୍କ ବିବାହ ହେବ ।  ଖାଲି ସେତିକି ନୁହେଁ, ଥଣ୍ଡା ଓ କାଶ ପରି ଲକ୍ଷଣ ଥିଲେ ସେମାନଙ୍କୁ ଅନୁମତି ମିଳିବନି ବୋଲି ଦର୍ଶାଯାଇଛି । ସୋମବାର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ଏନେଇ ସୂଚନା ଦିଆଯାଇଛି ।