Odia News Portal

ଭାରତୀୟ ହକି ଦଳ ଘୋଷଣା, ଖେଳିବେ ୨ ଓଡିଆ

ଭୁବନେଶ୍ୱର :  ଜୁନ୍ ୬ରୁ କଳିଙ୍କ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଏହି ଦଳରେ ୨ ଜଣ ଓଡିଆ ରହିଛନ୍ତି ।

ଭାରତୀୟ ହକିର ମୋଟ୍ ୧୮ ଜଣିଆ ଦଳରେ ୨ ଓଡିଆ- ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ନାମ ଘୋଷଣା କରାଯାଇଛି । ତେବେ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୀରେନ୍ଦ୍ର ଲାକ୍ରା ।

ଜୁନ୍ ୬ରୁ ୧୫ ଯାଏଁ ଖେଳାଯିବ ଏହି ହକି ସିରିଜ୍, ଯେଉଁଥିରେ ଭାରତ ସମେତ ୮ଟି ଦେଶ ଯଥା- ଜାପାନ, ମେକ୍ସିକୋ, ୟୁଏସ, ପୋଲାଣ୍ଡ, ସାଉଥ ଆଫ୍ରିକା, ରୁଷିଆ ଓ ଉତ୍ସବେକିସ୍ତାନ ଭାଗ ନେବେ ।