Odia News Portal

ପ୍ରବାସୀଙ୍କ ରୁମ୍ ଭିତରୁ ବାହାରରିଲା ବଜ୍ରକାପ୍ତା

କଟକ : କଟକ ଜିଲ୍ଲା ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଚ ମାଣିଆବନ୍ଧ ମହୁଳିଆ ଉର୍ନିତ ମଧ୍ୟ ଇଂରାଜି ବିଦ୍ୟାଳୟ ଠାରେ ହୋଇଥିବା TMCରେ ରହୁଥିବା ପ୍ରବାସୀଙ୍କ ରୁମ୍ ଭିତରୁ ଗତ ସୋମବାର ସନ୍ଧ୍ଯାରେ ଏକ ବଜ୍ରକାପ୍ତା ଉଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ ପ୍ରବାସୀମାନେ ଶୋଇଥିବା ସମୟରେ ବଜ୍ରକାପ୍ତାଟି ହଠାତ୍ ରୁମ ଭିତରକୁ ପଶି ଆସିଥିଲା । ଏହାପରେ ପ୍ରବାସୀମାନେ ସଙ୍ଗେସଙ୍ଗେ ବଜ୍ରକାପ୍ତାକୁ ଉଧାର କରି ବଡମ୍ବା ବନ ବିଭାଗକୁ ଖବର ଦେଇଥିଲେ ।

ସୂଚନା ମୁତାବକ ଘଟଣା ସ୍ଥଳରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଉଧାର କରିବା ସହିତ ବଡମ୍ବା ରେଞ୍ଜ ଅଫିସରେ ସୁରକ୍ଷିତ ଭାବରେ ରଖା ଯାଇଛି । ଏହାର ଓଜନ ପ୍ରାୟ ୩କେଜି ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି । ତେବେ ପ୍ରାଣିଚିକିତ୍ସାଳୟରେ ଏହାର ସ୍ବାସ୍ଥ୍ଯ ପରୀକ୍ଷା ପରେ DFOଙ୍କ କହିବା ଅନୁସାରେ ଏହାକୁ ଜଙ୍ଗଲରେ କିମ୍ବା ଚିଡିଆ ଖାନାକୁ ପଠାଯିବା ତାହା ଜଣା ପଡିବ। ତେବେ ଏଠାରୁ ବଜ୍ରକାପ୍ତା ଉଧାର ହେବା ପରେ ଏହି ଅଞ୍ଚଳରେ ଆହୁରି ବଜ୍ରକାପ୍ତା ଥିବାର ଅନୁମାନ କରାଯାଉଛି କିମ୍ବା କେହି ଦୃବୁତ ଧରାପଡିଯିବା ଭୟରେ ଏହାକୁ ଛାଡିଦେଇଥିବା ଅନୁମାନ କରାଯାଉଛି। ତେଣୁ ଯେପରି ଦୃବୁତ ମାନଙ୍କ ହାତରେ ଏହି ବିରଳ ପ୍ରାଣୀ ନପଡନ୍ତୁ ସେଥିପ୍ରତି ବନବିଭାଗ ଧ୍ୟାନ ଦେଉବୋଲି ଲୋକମାନେ ଦାବି କରିଛନ୍ତି ।