ଭୁବନେଶ୍ୱର : ସହରାଞ୍ଚଳରେ ମାଗଣା ଶୌଚାଳୟ । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ ଆଜି ଏହି ମର୍ମରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଣ୍ଟରନାସନାଲକୁ ଅଗଷ୍ଟ ଶେଷ ପର୍ୟ୍ୟନ୍ତ ଶୌଚାଳୟ ଗୁଡିକରେ ଲୋକଙ୍କ ଠାରୁ ଅର୍ଥ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମାଥିଭାଥନନ ଏହି ମର୍ମରେ ମହାନଗର ନିଗମର କମିଶନର ଏବଂ ପୌରସଂସ୍ଥାର କାର୍ୟ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।