ମୁମ୍ୱାଇ : ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL) ଗ୍ରାହକଙ୍କ ସୁବିଧା ପାଇଁ ଏକ ଘୋଷଣା କରିଛି। ଏଥର ସାରା ଦେଶରେ ହ୍ୱାଟ୍ସଆପ୍ ମାଧ୍ୟମରେ ରୋଷେଇ ଗ୍ୟାସ୍ ବୁକିଂ ସେବା ଆରମ୍ଭ ହେବ। ଦେଶର ଏହାକୁ ଦ୍ୱିତୀୟ ସବୁଠୁ ବଡ଼ ପେଟ୍ରୋଲିୟମ ବିତରଣ କମ୍ପାନୀ ନିବେଶ ତାଲିକାରେ ରଖାଯାଇଛି । କମ୍ପାନୀର ୭.୧୦ କୋଟି ଏଲପିଜି ଗ୍ରାହକ ଅଛନ୍ତି । ବିପିସିଏଲ୍ ଏକ ବ୍ୟକ୍ତବ୍ୟରେ କହିଛି , ମଙ୍ଗଳବାର ଠାରୁ ଭାରତ ଗ୍ୟାସର ସାରା ଦେଶରେ ଥିବା ଗ୍ରାହକ ମାନେ ଦେଶର ଯେକୌଣସି ସ୍ଥାନରୁ ହ୍ୱାଟ୍ସଆପ୍ ଜରିଆରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ ।
କମ୍ପାନୀ କହିଛି ଯେ, ସେ ସିଲିଣ୍ଡର ବୁକିଂ ପାଇଁ ଏକ ନୂଆ ହ୍ୱାଟ୍ସଆପ୍ ବିଜନେସ୍ ଚ୍ୟାନେଲର ଆରମ୍ଭ କରିଛି । ହ୍ୱାଟ୍ସଆପ୍ ରେ ଏହି ବୁକିଂ ବିପିସିଏଲ୍ ସ୍ମାର୍ଟଲାଇନ୍ ନମ୍ୱର- ୧୮୦୦୨୨୪୩୪୪ ରେ ଗ୍ରାହକଙ୍କର କମ୍ପାନୀ ପାଖେ ପଞ୍ଜିକୃତ ମୋବାଇଲ୍ ନମ୍ୱରରୁ କରିପାରିବେ ।
ବିପିସିଏଲ୍ର ମାର୍କେଟିଂ ନିର୍ଦ୍ଦେଶକ ଅରୁଣ ସିଂହ କହିଛନ୍ତି , ହ୍ୱାଟ୍ସଆପ୍ ଜରିଆରେ ଏଲପିଜି ବୁକିଂ କରିବାର ଏହି ଉପାୟରେ ଗ୍ରାହକଙ୍କୁ ଆହୁରି ସହଜ ହେବ । ହ୍ୱାଟ୍ସଆପ୍ ଏବେ ସାଧାରଣ ଲୋକଙ୍କ ଅତି ପାଖରେ ପହଞ୍ଚିପାରିଛି । ଯୁବକ ହୁଅନ୍ତୁ ବା ବୟସ୍କ ସମସ୍ତେ ଏହାର ବ୍ୟବହାର କରିଥାନ୍ତି ଏବଂ ଏହି ନୂଆ ପଦକ୍ଷେପରେ ଆମେ ନିଜର ଗ୍ରାହକଙ୍କ ଆହୁରି ପାଖରେ ପହଞ୍ଚି ପାରିବୁ ।
କ୍ରେଡିଟ୍ ,ଡେବିଟ୍ ବା ୟୁପିଆଇରୁ କରିପାରିବେ ପେମେଣ୍ଟ –
କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ , ଏଲପିଜିର ପ୍ରଭାରୀ ଟି. ପିତାମ୍ୱରମ କହିଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ବୁକିଂ କରିବା ପରେ ଗ୍ରାହକଙ୍କୁ ବୁକିଂ ହେବାର ମେସେଜ୍ ଯିବ। ଏହା ସହ ଏକ ଲିଙ୍କ ମଧ୍ୟ ପାଇବେ ଯେଉଁଥିରେ ଆପଣ ଡେବିଟ୍ ବା କ୍ରେଡିଟ୍ କାର୍ଡ , ୟୁପିଆଇ ଓ ଆମାଜନ ଭଳି ଅନ୍ୟ ପେମେଣ୍ଟ ଆପ୍ ମାଧ୍ୟମରେ ପେମେଣ୍ଟ ଦେଇପାରିବେ ।
ସେ କହିଛନ୍ତି କି କମ୍ପାନୀ ଏହା ସହ ଏଲ୍ପିଜି ଡେଲିଭରି ଉପରେ ନଜର ରଖିବା ଓ ଗ୍ରାହକଙ୍କ ଠାରୁ ଏହା ବିଷୟରେ ପ୍ରତିକ୍ରିୟା ନେବା ଭଳି ନୂଆ ପଦକ୍ଷେପ ଉପରେ ମଧ୍ୟ ନଜର ରଖୁଛି । ଆସନ୍ତା ଦିନରେ କମ୍ପାନୀ ଗ୍ରାହକଙ୍କ ସୁରକ୍ଷାର ସଚେତନତା ସହ ଆହୁରି ସୁବିଧା ପ୍ରଦାନ କରିବ ।