Odia News Portal

ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ

ଆଠଗଡ : ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ। ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ। ଆଠଗଡର ଖଣ୍ଟୁଣୀ ରେଞ୍ଜର ବଳିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର। ସୂଚନା ଯୋଗ୍ଯ  ଆଠଗଡର ଖଣ୍ଟୁଣୀ ରେଞ୍ଜର ବଳିପୁର ଗାଁର ସନ୍ତୋଷ ସାମଲ(୪୦) ଭୋରରୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ସନ୍ତୋଷଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନିଆଯାଇଛି।