Odia News Portal

ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ

ପ୍ରେମ ମାନେ ନାହିଁ ବାଧା ବନ୍ଧନ । ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ । ଏମିତି ଏକ ପ୍ରେମୀ ଯୁଗଳ ହେଲେ ପୁରୀ ଜିଲ୍ଲାର ସୈାରଭ(୧୯) ଓ ପିଙ୍କି । ସୈାରଭ ଅହମ୍ମଦାବାଦର ଏକ ପ୍ଲାଷ୍ଟିକ କାରଖାନାରେ କାମ କରୁଥିଲେ ।

କିଛି ମାସ ତଳେ ଗାଁକୁ ଆସିଥିଲେ । ଚଳିତ ଜାନୁଆରୀ ମାସରେ ପିଙ୍କିଙ୍କୁ ନେଇ ଘରୁ ଲୁଚି ପଳାଇଥିଲେ ଅହମ୍ମଦାବାଦ । ସେଠାରେ ଦୁହେଁ ଦମ୍ପତି ଭାବରେ ରହୁଥିଲେ । ହେଲେ ଲକ୍‌ଡାଉନ୍‌ ହୋଇଯିବାରୁ କମ୍ପାନୀ ବନ୍ଦ ହୋଇଗଲା ।

ବହୁ କଷ୍ଟରେ ଗାଁକୁ ଫେରି ଆସଥିଲେ ହେଁ ଉଭୟଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ୧୪ ଦିନର କ୍ୱାରେଣ୍ଟାଇନ୍‌ ପରେ ଏବେ ତାଙ୍କର ବିବାହ କରାଯାଇଛି । ତେବେ ପିଙ୍କିଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇନାହିଁ ।