ଭୁବନେଶ୍ୱର : ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲାକୁ ସତର୍କ ସୂଚନା । ଆଜି ପାତି ୮ଟା ୪୦ ମିନିଟ୍ ସୁଦ୍ଧା ଭୀଷଣ ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ୫୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏଥିପାଇଂ ୧୦ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ରାୟଗଡା, କନ୍ଧମାଳ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ନୟାଗଡ ଓ କୋରାପୁଟ । ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।