ପଦ୍ମପୁର : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କଲେ ନବ ଦମ୍ପତ୍ତି । ପଦ୍ମପୁରର ପ୍ରଶାନ୍ତ ପୃଷ୍ଟି ଏବଂ ପତ୍ନୀ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।କରୋନା ମହମାରୀ ଯୋଗୁଁ ନିରାଡମ୍ବରେ ବିବାହ କରିଥିଲେ ଏହି ଦମ୍ପତ୍ତି । ତେଣୁ କିଛି ଟଙ୍କା ଲୋକଙ୍କ ସହଯୋଗରେ ଆସୁ ଏହି ଚିନ୍ତାଧାରା ନେଇ ସେ ସହଯୋଗ କରିଛନ୍ତି । ମହାମାରୀ କରୋନା ଯୁଦ୍ଧର ମୁକାବିଲା ସକାଶେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ତଥା ଅନେକ ବ୍ୟକ୍ତିବିଶେଷଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯାଉଛିା
ଏହି କ୍ରମରେ ଆଜି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନଂ-୧୦ ରେ ରହି ଆସୁଥିବା ଶ୍ରୀଯୁକ୍ତ ଅନନ୍ତ ଚରଣ ପୃଷ୍ଟିଙ୍କ ନବ ବିବାହିତ ପୁତ୍ର ପ୍ରଶାନ୍ତ କୁମାର ପୃଷ୍ଟି ଓ ନବବଧୂ ନୀଳିମା ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମାଧ୍ୟମରେ ୫୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଏଭଳି ସମାଜ ସେବା ପାଇଁ ଉପଜିଲ୍ଲାପାଳ ପ୍ରଶଂସା କରିବା ସହିତ ଦୁହିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଓ ପ୍ରଶଂସାର ବିଷୟ ପାଲଟିଛି ।